ପ୍ରଥମ ରାଜାବଳୀ 6 : 1 (ORV)
ମିସର ଦେଶରୁ ଇସ୍ରାଏଲ-ସନ୍ତାନଗଣ ବାହାରି ଆସିଲା ଉତ୍ତାରେ ଚାରି ଶହ ଅଶୀ ବର୍ଷରେ ଓ ଇସ୍ରାଏଲ ଉପରେ ଶଲୋମନଙ୍କର ରାଜତ୍ଵର ଚତୁର୍ଥ ବର୍ଷର ସିବ୍ ନାମକ ଦ୍ଵିତୀୟ ମାସରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବାକୁ ଆରମ୍ଭ କଲେ ।
ପ୍ରଥମ ରାଜାବଳୀ 6 : 2 (ORV)
ପୁଣି ଶଲୋମନ ରାଜା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଗୃହ ନିର୍ମାଣ କଲେ, ତହିଁର ଦୈର୍ଘ୍ୟ ଷାଠିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଓ ଉଚ୍ଚତା ତିରିଶ ହାତ ।
ପ୍ରଥମ ରାଜାବଳୀ 6 : 3 (ORV)
ଆଉ ଗୃହର ପବିତ୍ର-ସ୍ଥାନ ସମ୍ମୁଖସ୍ଥ ବରଣ୍ତା, ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଦୀର୍ଘ ଓ ଗୃହର ସମ୍ମୁଖରେ ତହିଁର ପ୍ରସ୍ଥ ଦଶ ହାତ ଥିଲା ।
ପ୍ରଥମ ରାଜାବଳୀ 6 : 4 (ORV)
ପୁଣି ଗୃହ ନିମନ୍ତେ ସେ ବନ୍ଦ ଜାଲିଝରକା ନିର୍ମାଣ କଲେ ।
ପ୍ରଥମ ରାଜାବଳୀ 6 : 5 (ORV)
ପୁଣି ସେ ଗୃହର କାନ୍ଥ ଚାରିଆଡ଼େ, ଅର୍ଥାତ୍, ମନ୍ଦିର ଓ ଗର୍ଭାଗାରର କାନ୍ଥକୁ ଲଗାଇ ଚାରିଆଡ଼େ ମହଲା ବନାଇଲେ ଓ ଚାରିଆଡ଼େ କୋଠରି ନିର୍ମାଣ କଲେ ।
ପ୍ରଥମ ରାଜାବଳୀ 6 : 6 (ORV)
ତହିଁରେ ତଳ ମହଲା ପାଞ୍ଚ ହାତ ପ୍ରସ୍ଥ, ମଧ୍ୟ ମହଲା ଛଅ ହାତ ପ୍ରସ୍ଥ ଓ ତୃତୀୟ ମହଲା ସାତ ହାତ ପ୍ରସ୍ଥ ଥିଲା । କାରଣ କଡ଼ିକାଠ ଯେପରି ଗୃହକାନ୍ଥରେ ବନ୍ଦ ନ ହୁଏ, ଏଥିପାଇଁ ସେ ଚାରିଆଡ଼େ ଗୃହକାନ୍ଥର ବାହାର ଭାଗରେ ଆଧାର କଲେ ।
ପ୍ରଥମ ରାଜାବଳୀ 6 : 7 (ORV)
ସେହି ଗୃହ ନିର୍ମିତ ହେବା ସମୟରେ ତାହା ପଥରଖଣିରେ ପ୍ରସ୍ତୁତ ପଥରରେ ଗଢ଼ାଯାଇଥିଲା; ଏଣୁ ସେ ଗୃହ ନିର୍ମିତ ହେବା ସମୟଯାକ ତହିଁ ମଧ୍ୟରେ ହାତୁଡ଼ି କି ବଟାଳି, କୌଣସି ଲୌହାସ୍ତ୍ରର ଶଦ୍ଦ ଶୁଣା ନ ଗଲା ।
ପ୍ରଥମ ରାଜାବଳୀ 6 : 8 (ORV)
ମଧ୍ୟମ କୋଠରିମାନର ଦ୍ଵାର ଗୃହର ଦକ୍ଷିଣଭାଗରେ ଥିଲା; ପୁଣି ଲୋକମାନେ ଘୂର୍ଣ୍ଣିତ ସୋପାନ ଦେଇ ମଧ୍ୟମ କୋଠରିକି ଓ ମଧ୍ୟମ କୋଠରିରୁ ତୃତୀୟ କୋଠରିକି ଚଢ଼ି ଗଲେ ।
ପ୍ରଥମ ରାଜାବଳୀ 6 : 9 (ORV)
ଏହିରୂପେ ସେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କଲେ ଓ ଏରସ କାଷ୍ଠର କଡ଼ି ଓ ପଟାରେ ଗୃହ ଆଚ୍ଛାଦନ କଲେ ।
ପ୍ରଥମ ରାଜାବଳୀ 6 : 10 (ORV)
ଆଉ, ସେ ସମୁଦାୟ ଗୃହକୁ ଲଗାଇ ପାଞ୍ଚ ପାଞ୍ଚ ହାତ ଉଚ୍ଚର ମହଲା ବନାଇଲେ ଓ ଏରସ କାଷ୍ଠ ଦ୍ଵାରା ଗୃହ ଉପରେ ସେସବୁର ଭାର ରହିଲା ।
ପ୍ରଥମ ରାଜାବଳୀ 6 : 11 (ORV)
ଅନନ୍ତର ଶଲୋମନଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା,
ପ୍ରଥମ ରାଜାବଳୀ 6 : 12 (ORV)
ତୁମ୍ଭେ ତ ଏହି ଗୃହ ନିର୍ମାଣ କରୁଅଛ, ଯେବେ ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ଚାଲିବ ଓ ଆମ୍ଭର ସକଳ ଶାସନ ରକ୍ଷା କରିବ ଓ ଆମ୍ଭର ଆଜ୍ଞାସବୁ ପାଳନ କରି ତଦନୁସାରେ ଚାଲିବ; ତେବେ ଆମ୍ଭେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ, ଆମ୍ଭେ ଆପଣାର ସେହି ବାକ୍ୟ ତୁମ୍ଭ ପ୍ରତି ସଫଳ କରିବା ।
ପ୍ରଥମ ରାଜାବଳୀ 6 : 13 (ORV)
ପୁଣି, ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ବାସ କରିବା ଓ ଆପଣା ଲୋକ ଇସ୍ରାଏଲକୁ ପରିତ୍ୟାଗ କରିବା ନାହିଁ ।
ପ୍ରଥମ ରାଜାବଳୀ 6 : 14 (ORV)
ଏହିରୂପେ ଶଲୋମନ ଗୃହ ନିର୍ମାଣ କରି ତାହା ସମାପ୍ତ କଲେ ।
ପ୍ରଥମ ରାଜାବଳୀ 6 : 15 (ORV)
ସେ ଭିତରେ ଗୃହ-କାନ୍ଥସବୁରେ ଏରସ କାଷ୍ଠର ପଟା ଦେଲେ; ଗୃହର ଚଟାଣରୁ କାନ୍ଥଛାତ ପର୍ଯ୍ୟନ୍ତ ଭିତରଯାକ ସେ ସେହି କାଷ୍ଠରେ ଆଚ୍ଛାଦନ କଲେ; ପୁଣି ଦେବଦାରୁ ପଟାରେ ଗୃହର ଚଟାଣ ଆଚ୍ଛାଦନ କଲେ ।
ପ୍ରଥମ ରାଜାବଳୀ 6 : 16 (ORV)
ପୁଣି ସେ ଗୃହର ପଶ୍ଚାତ୍ଭାଗ କୋଡ଼ିଏ ହାତ କରି ଚଟାଣରୁ କାନ୍ଥ ପର୍ଯ୍ୟନ୍ତ ଏରସ କାଷ୍ଠର ପଟା ଦେଲେ; ସେ ଭିତରେ ଗର୍ଭାଗାର, ଅର୍ଥାତ୍, ମହାପବିତ୍ର-ସ୍ଥାନ ନିମନ୍ତେ ତାହା ପ୍ରସ୍ତୁତ କଲେ ।
ପ୍ରଥମ ରାଜାବଳୀ 6 : 17 (ORV)
ତହିଁରେ ଗୃହ, ଅର୍ଥାତ୍, ଗର୍ଭାଗାରର ସମ୍ମୁଖସ୍ଥ ମନ୍ଦିର ଚାଳିଶ ହାତ ଦୀର୍ଘ ହେଲା ।
ପ୍ରଥମ ରାଜାବଳୀ 6 : 18 (ORV)
ପୁଣି ଗୃହ ଭିତରେ ଏରସ କାଷ୍ଠରେ କଳିକା ଓ ପ୍ରସ୍ଫୁଟିତ ପୁଷ୍ପ ଖୋଳିଲେ; ସବୁ ଏରସ କାଷ୍ଠର ଥିଲା; କିଛିମାତ୍ର ପ୍ରସ୍ତର ଦୃଶ୍ୟ ନୋହିଲା ।
ପ୍ରଥମ ରାଜାବଳୀ 6 : 19 (ORV)
ପୁଣି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସ୍ଥାପନାର୍ଥେ ଅନ୍ତଃସ୍ଥ ଗୃହ ମଧ୍ୟରେ ସେ ଗର୍ଭାଗାର ପ୍ରସ୍ତୁତ କଲେ ।
ପ୍ରଥମ ରାଜାବଳୀ 6 : 20 (ORV)
ଆଉ ସେହି ଗର୍ଭାଗାର ଭିତର କୋଡ଼ିଏ ହାତ ଦୀର୍ଘ ଓ କୋଡ଼ିଏ ହାତ ପ୍ରସ୍ଥ ଓ କୋଡ଼ିଏ ହାତ ଉଚ୍ଚ ଥିଲା, ଆଉ ସେ ତହିଁରେ ନିର୍ମଳ ସୁବର୍ଣ୍ଣ ମଡ଼ାଇଲେ ଓ ଧୂପବେଦି ଏରସ କାଷ୍ଠରେ ଆଚ୍ଛାଦନ କଲେ ।
ପ୍ରଥମ ରାଜାବଳୀ 6 : 21 (ORV)
ଏହିରୂପେ ଶଲୋମନ ଗୃହ ଭିତର ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ ଓ ଗର୍ଭାଗାର ସମ୍ମୁଖରେ ସୁବର୍ଣ୍ଣ ଜଞ୍ଜିରମାନ ଟଙ୍ଗାଇଲେ ଓ ସେ ତାହା ସୁବର୍ଣ୍ଣରେ ମଡ଼ାଇଲେ ।
ପ୍ରଥମ ରାଜାବଳୀ 6 : 22 (ORV)
ପୁଣି ସମୁଦାୟ ଗୃହ ସମାପ୍ତ ହେବା ପର୍ଯ୍ୟନ୍ତ ସମସ୍ତ ଗୃହ ସୁବର୍ଣ୍ଣରେ ମଡ଼ାଇଲେ; ମଧ୍ୟ ଗର୍ଭାଗାରର ଧୂପବେଦି ସମ୍ପୂର୍ଣ୍ଣ ରୂପେ ସୁବର୍ଣ୍ଣରେ ମଡ଼ାଇଲେ ।
ପ୍ରଥମ ରାଜାବଳୀ 6 : 23 (ORV)
ପୁଣି ସେ ଗର୍ଭାଗାର ମଧ୍ୟରେ ଦଶ ହାତ ଉଚ୍ଚ ଜୀତ କାଷ୍ଠର ଦୁଇ କିରୂବ ନିର୍ମାଣ କଲେ ।
ପ୍ରଥମ ରାଜାବଳୀ 6 : 24 (ORV)
ଏକ କିରୂବର ଏକ ପକ୍ଷ ପାଞ୍ଚ ହାତ ଓ ଅନ୍ୟ ପକ୍ଷ ହିଁ ପାଞ୍ଚ ହାତ ଥିଲା; ଏକ ପକ୍ଷର ଅଗ୍ରଭାଗରୁ ଅନ୍ୟ ପକ୍ଷର ଅଗ୍ରଭାଗ ପର୍ଯ୍ୟନ୍ତ ଦଶ ହାତ ଥିଲା ।
ପ୍ରଥମ ରାଜାବଳୀ 6 : 25 (ORV)
ସେରୂପେ ଅନ୍ୟ କିରୂବ ହିଁ ଦଶ ହାତ ଥିଲା; ଦୁଇ କିରୂବଯାକ ଏକ ମାପ ଓ ଏକ ଆକାରର ଥିଲେ ।
ପ୍ରଥମ ରାଜାବଳୀ 6 : 26 (ORV)
ଏକ କିରୂବର ଉଚ୍ଚତା ଦଶ ହାତ, ଅନ୍ୟ କିରୂବର ହିଁ ସେହିପରି ଥିଲା ।
ପ୍ରଥମ ରାଜାବଳୀ 6 : 27 (ORV)
ପୁଣି ସେ ସେହି କିରୂବଦ୍ଵୟକୁ ଅନ୍ତରାଗାର ମଧ୍ୟରେ ରଖିଲେ; ଆଉ ସେହି କିରୂବମାନଙ୍କର ପକ୍ଷ ଏପରି ବିସ୍ତୀର୍ଣ୍ଣ ହୋଇଥିଲା ଯେ, ଏକର ପକ୍ଷ ଏକ କାନ୍ଥକୁ ଓ ଅନ୍ୟର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କଲା; ପୁଣି ଗୃହ ମଧ୍ୟରେ ସେମାନଙ୍କ ପକ୍ଷ ପରସ୍ପର ସ୍ପର୍ଶ କଲା ।
ପ୍ରଥମ ରାଜାବଳୀ 6 : 28 (ORV)
ତହୁଁ ସେ କିରୂବମାନଙ୍କୁ ସୁବର୍ଣ୍ଣରେ ମଡ଼ାଇଲେ ।
ପ୍ରଥମ ରାଜାବଳୀ 6 : 29 (ORV)
ପୁଣି ସେ ଗୃହର ସକଳ କାନ୍ଥର ଭିତରେ ବାହାରେ ଚାରିଆଡ଼େ ଖୋଦିତ କିରୂବ ଓ ଖର୍ଜ୍ଜୁରବୃକ୍ଷ ଓ ପ୍ରସ୍ଫୁଟିତ ପୁଷ୍ପମାନଙ୍କର ଆକୃତି ଖୋଳିଲେ ।
ପ୍ରଥମ ରାଜାବଳୀ 6 : 30 (ORV)
ଆହୁରି ଗୃହ-ଚଟାଣର ଭିତର ବାହାର ସୁବର୍ଣ୍ଣରେ ମଡ଼ାଇଲେ ।
ପ୍ରଥମ ରାଜାବଳୀ 6 : 31 (ORV)
ଆଉ ସେ ଗର୍ଭାଗାରର ପ୍ରବେଶ-ଦ୍ଵାର ଜୀତ କାଷ୍ଠରେ ନିର୍ମାଣ କଲେ, ତହିଁର କପାଳୀ ଓ ବାଜୁବନ୍ଧ କାନ୍ଥର ପଞ୍ଚମାଂଶ ଥିଲା ।
ପ୍ରଥମ ରାଜାବଳୀ 6 : 32 (ORV)
ଏହିରୂପେ ସେ ଜୀତ କାଷ୍ଠରେ ଦୁଇ କବାଟ କଲେ; ତହିଁ ଉପରେ କିରୂବ ଓ ଖର୍ଜ୍ଜୁରବୃକ୍ଷ ଓ ପ୍ରସ୍ଫୁଟିତ ପୁଷ୍ପମାନର ଆକୃତି ଖୋଳିଲେ ଓ ତାହା ସୁବର୍ଣ୍ଣରେ ମଡ଼ାଇଲେ; ଆଉ କିରୂବ ଓ ଖର୍ଜ୍ଜୁରବୃକ୍ଷମାନ ଉପରେ ସୁବର୍ଣ୍ଣ ମଡ଼ାଇଲେ ।
ପ୍ରଥମ ରାଜାବଳୀ 6 : 33 (ORV)
ତଦ୍ରୂପ ମନ୍ଦିରର ପ୍ରବେଶ-ଦ୍ଵାର ନିମନ୍ତେ କାନ୍ଥର ଚତୁର୍ଥାଂଶରେ ଜୀତ କାଷ୍ଠର ଚୌକାଠ କଲେ;
ପ୍ରଥମ ରାଜାବଳୀ 6 : 34 (ORV)
ଆଉ ଦେବଦାରୁ କାଷ୍ଠରେ ଦୁଇ କବାଟ କଲେ; ଏକ କବାଟର ଦୁଇ ପଟ ଦୋହରା ଥିଲା, ଅନ୍ୟ କବାଟର ଦୁଇ ପଟ ଦୋହରା ଥିଲା ।
ପ୍ରଥମ ରାଜାବଳୀ 6 : 35 (ORV)
ପୁଣି ସେ ତହିଁ ଉପରେ କିରୂବ ଓ ଖର୍ଜ୍ଜୁରବୃକ୍ଷ ଓ ପ୍ରସ୍ଫୁଟିତ ପୁଷ୍ପମାନ ଖୋଳି ସେହି ଖୋଦିତ କର୍ମର ଆକୃତି ଅନୁସାରେ ସୁବର୍ଣ୍ଣ ମଡ଼ାଇଲେ ।
ପ୍ରଥମ ରାଜାବଳୀ 6 : 36 (ORV)
ପୁଣି ସେ ତିନି ଧାଡ଼ି ଖୋଦିତ ପ୍ରସ୍ତରରେ ଓ ଏକ ଧାଡ଼ି ଏରସ କାଷ୍ଠର କଡ଼ିରେ ଭିତର ପ୍ରାଙ୍ଗଣ ନିର୍ମାଣ କଲେ ।
ପ୍ରଥମ ରାଜାବଳୀ 6 : 37 (ORV)
ଚତୁର୍ଥ ବର୍ଷର ସିବ୍ ମାସରେ ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ସ୍ଥାପିତ ହେଲା ।
ପ୍ରଥମ ରାଜାବଳୀ 6 : 38 (ORV)
ପୁଣି ଏକାଦଶ ବର୍ଷର ବୂଲ ନାମକ ଅଷ୍ଟମ ମାସରେ ନିରୂପିତ ଆକୃତି ଅନୁସାରେ ସମୁଦାୟ ଅଂଶରେ ଗୃହର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା । ଏରୂପେ ତାହା ନିର୍ମାଣ କରିବାରେ ତାଙ୍କୁ ସାତ ବର୍ଷ ଲାଗିଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38

BG:

Opacity:

Color:


Size:


Font: